BSE Odisha Class 10 History Notes
ଅଧ୍ୟାୟ–୧ : ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ
ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ
→ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀ :
ପୃଥିବୀ ଇତିହାସ ପୃଷ୍ଠାରେ ଉଲ୍ଲିଖିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତର ମହାନ ଜନନାୟକ ତଥା ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାର ମହାତ୍ମା ଗାନ୍ଧି ଅନ୍ୟତମ ।
ସଂକ୍ଷିପ୍ତ ପରିଚୟ :
- ପୂରା ନାମ : ମୋହନଦାସ କରମଚାନ୍ଦ ଗାନ୍ଧି
- ଜନ୍ମ ତାରିଖ : ୨ ଅକ୍ଟୋବର ୧୮୬୯
- ଜନ୍ମସ୍ଥାନ : ପୋରବନ୍ଦର (ଗୁଜରାଟ)
- ବିବାହ : ୧୮୮୨ ଖ୍ରୀଷ୍ଟାବ୍ଦ
- ପତ୍ନୀ : କସ୍ତୁରବା ଗାନ୍ଧି (ଶ୍ରଦ୍ଧାନାମ – ବା)
- ଇଂଲଣ୍ଡ ଯାତ୍ରା : ଅକ୍ଟୋବର ୧୮୮୮
- ଆଇନ ଶିକ୍ଷା ସମାପ୍ତି : ଜୁନ୍ ୧୮୯୧
- ଆଇନ ବ୍ୟବସାୟ ଆରମ୍ଭ : ଜୁନ୍ ୧୮୯୧ (ରାଜକୋଟ ଓ ବମ୍ବେ)
→ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ :
ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ମୋକଦ୍ଦମା ଲଢ଼ିବା ପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର ନାଟାଲ୍କୁ ଯାଇଥିଲେ ।
ସେଠାରେ ପ୍ରବାସୀ ଭାରତୀୟମାନେ ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣବେଷମ୍ୟ ନୀତି ଯୋଗୁଁ ଅନେକ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ ।
ଭାରତୀୟମାନଙ୍କୁ ଭୋଟ ଅଧିକାର ମିଳୁନଥିଲା, ପଞ୍ଜୀକରଣ କର ଦେବାକୁ ପଡୁଥିଲା ଓ ଅସ୍ୱାସ୍ଥ୍ୟକର ପରିବେଶରେ ବସବାସ କରିବାକୁ ପଡୁଥିଲା ।
୧୮୯୪ ମସିହାରେ ଗାନ୍ଧିଜୀ ‘ନାଟାଲ୍ ଭାରତୀୟ କଂଗ୍ରେସ’ ଗଠନ କଲେ ଏବଂ ‘ଇଣ୍ଡିଆନ୍ ଓପିନିଅନ୍’ ସମ୍ବାଦପତ୍ର ପ୍ରକାଶ କଲେ ।
୧୯୧୫ ଜାନୁୟାରୀ ୯ ତାରିଖରେ ଗାନ୍ଧିଜୀ ଭାରତକୁ ଫେରିଥିଲେ ।
→ ଚମ୍ପାରନ୍ ଆନ୍ଦୋଳନ (୧୯୧୭) :
ଏହା ଗାନ୍ଧିଜୀଙ୍କ ଦ୍ୱାରା ଭାରତରେ ସଂଗଠିତ ପ୍ରଥମ ଆନ୍ଦୋଳନ । ‘ତିନିକାଠିଆ’ ବ୍ୟବସ୍ଥା ଉଚ୍ଛେଦ ହୋଇଥିଲା ।
→ ଖେଡ଼ା ଆନ୍ଦୋଳନ (୧୯୧୮) :
ଦୁର୍ଭିକ୍ଷ ସତ୍ତ୍ୱେ ରାଜସ୍ୱ ଆଦାୟ ବିରୋଧରେ ଗାନ୍ଧିଜୀ ସତ୍ୟାଗ୍ରହ କରିଥିଲେ ।
→ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ :
ପ୍ଲେଗ୍ ବୋନସ୍ ପ୍ରତ୍ୟାହାର ବିରୋଧରେ ଗାନ୍ଧିଜୀ ଅନଶନ କରିଥିଲେ ।
→ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ (୧୯୧୯) :
ବିନା ବିଚାରରେ ଗିରଫ ବିରୋଧରେ ଦେଶବ୍ୟାପୀ ହରତାଳ ପାଳିତ ହୋଇଥିଲା ।
→ ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ :
୧୩ ଏପ୍ରିଲ୍ ୧୯୧୯ ରେ ଜେନେରାଲ୍ ଡାୟାର ନିରସ୍ତ୍ର ଜନତା ଉପରେ ଗୁଳିବର୍ଷଣ କରିଥିଲେ ।
→ ଗୁରୁତ୍ୱପୂର୍ଣ୍ଣ ତାରିଖ ଓ ଘଟଣାବଳୀ :
| ବର୍ଷ | ଘଟଣା |
|---|---|
| ୧୮୬୯ | ଗାନ୍ଧିଜୀଙ୍କ ଜନ୍ମ |
| ୧୮୮୨ | କସ୍ତୁରବାଙ୍କ ସହ ବିବାହ |
| ୧୮୮୮ | ଇଂଲଣ୍ଡ ଯାତ୍ରା |
| ୧୮୯୪ | ନାଟାଲ୍ ଭାରତୀୟ କଂଗ୍ରେସ ଗଠନ |
| ୧୯୧୫ | ଭାରତ ପ୍ରତ୍ୟାବର୍ତ୍ତନ |
| ୧୯୧୭ | ଚମ୍ପାରନ୍ ଆନ୍ଦୋଳନ |
| ୧୯୧୮ | ଖେଡ଼ା ଆନ୍ଦୋଳନ |
| ୧୯୧୯ | ରାଓଲାତ୍ ଆଇନ ଓ ଜାଲିଆନାୱାଲାବାଗ୍ |